2024 ନିର୍ବାଚନ ଲାଗି
କେନ୍ଦ୍ରୀୟ ନେତାମାନେ ଭାଜପା ପାଇଁ ପ୍ରଚାର କରିବାକୁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି
କ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି 12 ଟା 45 ରେ ଚାନ୍ଦବାଲିଠାରେ ଅପରାହ୍ନ 2 ଟା
25 କୋରୋଇ ନିର୍ବାଚନମଣ୍ଡଳୀର ପାଣିକୋଇଲିଠାରେ
ଏବଂ ଅପରାହ୍ନ 4 ଟାରେ ନିମାପଡ଼ାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ
ବିଶ୍ବକର୍ମା ମଙ୍ଗଳବାର ପୂର୍ବାହ୍ନ 10 ଟା 30 ରେ ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ଼ ଶୋରେ ଯୋଗଦେବେ । ଏହାପରେ ବିଶ୍ବଶର୍ମା ମଧ୍ୟାହ୍ନ
12 ଟା 15 ରେ ମୋରଡ଼ା ନିର୍ବାଚନମଣ୍ଡଳୀର ସୁଳିଆପଦା , ଅପରାହ୍ନ 2 ଟା 15 ରେ ସୋରର
ରଘୁନାଥପୁର , ଅପରାହ୍ନ 4 ଟାରେ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗେଦେବେ
। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାହ୍ନ 10 ଟାରେ ବଡ଼ଚଣା ପୂର୍ବାହ୍ନ 11
ଟାରେ ଧର୍ମଶାଳା ମଧ୍ୟାହ୍ନ 12 ଟା 15ରେ ବିଞ୍ଚାରପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗେଦେବେ
। ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କୋରାଇଠାରେ
ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗେଦେବ ।