ଦେଶରେ 5ମ ଚରଣ ନିର୍ବାଚନ ସୁଦ୍ଧା
ମୋଦୀ 310 ସିଟ ଜିତିସାରିଥିବା ବେଳେ 6 ଷଷ୍ଠ ଚରଣ ବେଳକୁ ଏହି ସଂଖ୍ୟା 4 ଶହ ପାର କରିସାରିଛି
। ଏଥର ଇଣ୍ଡିଆ ମେଣ୍ଟ ସଫା ହେବାକୁ ଯାଉଛି । କଂଗ୍ରେସ ପାର୍ଟି ଏଥର 40 ସିଟ ବି ଜିତିପାରିବନି
। ଏପେଟେ ଅଖିଳେଶ ଯାଦବ ମଧ୍ୟ 4 ସିଟ ଜିତିପାରିବେନି । ସୋମବାର ଉତ୍ତରପ୍ରଦେଶ ବଲିୟାରେ ନିର୍ବାଚନୀ ସଭା କରି ଏଭଳି କିଛି କଥା
କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହା ।ଶାହା କହିଛନ୍ତି ଯେ ଏଥର ଇଣ୍ଡିଆନ
ମେଣ୍ଟ ସଫା ହେବାକୁ ଯାଉଛି । ତେବେ ଭ୍ରଷ୍ଟାଚାର କରୁଥିବା ସମାଜବାଦୀ ପାର୍ଟି ଏବଂ ୟୁପିଏ
ସରକାର 12 ଲକ୍ଷ କୋଟି ଟଙ୍କାର ଘୋଟାଲା କରିଥିଲେ । ହେଲେ 25 ବର୍ଷ ଧରି ସାମ୍ବିଧାନିକ ପଦ ପଦବରେ ଥିଲେ ମଧ୍ୟ ମୋଦୀଙ୍କ ନାଁରେ
25 ପଇସାର ମଧ୍ୟ ଭ୍ରଷ୍ଟାଚାର ଅଭିଯୋଗ ନାହିଁ । ଖାଲି ସେତିକି ନୁହେିଁ ଅଖିଳେଶଙ୍କ ଉପରେ
ବର୍ଷିବା ସହ ସମାଜବାଦୀ ପାର୍ଟି ଶାସନରେ 6 ହଜାର କୋଟିର ପିଏଫ ଘୋଟାଲା, 15 ଶହ କୋଟିର ଗୋମତୀ
ରିଭର ଫ୍ରଣ୍ଟ ଘୋଟାଲା , ଲ୍ୟାପଟପ, ଘୋଟାଲା, ନୋଏଡ଼ା ଭୂମି ଆବଣ୍ଟନ ଘୋଟାଲା ହୋଇଥିବା
କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।