କଣ ରହିବ ନିମାପଡ଼ା ରାଜନୀତି ସମୀକରଣ ।
ବଦଳିବ କି ମୋଡ଼ । ବିଜେଡ଼ିକୁ ଘାରିଛି ନିମାପଡ଼ା ଚିନ୍ତା । ପୂବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ
ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ବିଜେଡ଼ିର ରଣନୀତି ଆରମ୍ଭ
ହୋଇଛି । ବିଭିନ୍ନ ଦଳ ରାଜନୀତିକୁ ଲକ୍ଷ୍ୟ କରି
ନିଜ ପତିଆରା ନିମାପଡ଼ାରେ ଆରମ୍ଭ କରିଦେଇଛନ୍ତି । ନିମାପଡ଼ା ରାଜନୀତିକୁ ଫୋକସ କରିବା ପାଇଁ ବିଜେଡ଼ି 8 ଜଣ ନେତାଙ୍କୁ ଦାୟିତ୍ବ ଦେଇଛି ଦଳ । ସେମାନେ
ହଉଛନ୍ତି ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ ରୁଦ୍ର ପ୍ରତାପ ମହାରଥୀ, ରମା ରଂଜନ ବଳିଆର
ସିଂ, ସଂଗ୍ରାମ ପାଇକରାୟ କମଳ ପାତ୍ର, ସୁନୀଲ ମହାନ୍ତି ଓ ଦିବାକରପାତ୍ର । ସେପଟେ ନିମାପଡ଼ାରେ ଶେଷ
ପର୍ଯ୍ୟାୟରେ ପଡ଼ିବ ଭୋଟ ସେଠୁ ବିଜେଡ଼ିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ନାୟକ । ତିନି ଥର
ନିମାପଡ଼ାରେ ବିଧାୟକ ପ୍ରାର୍ଥୀ ହୋଇଥିବା ସମୀର ରଂଜନ ଦାଶଙ୍କୁ ବିଜେଡ଼ି ଟିକେଟ ଦେଇନଥିବା ବେଳେ
ଦଳରୁ ସେ ନିଜେ ଇସ୍ତଫା ଦେଇ ବିଜେପିର ମିଶିଛନ୍ତି । ଏଥିସହ ସେ ଦଳ ଛାଡ଼ିବା ପରେ ମଧ୍ୟ କହିଥିଲେ
ଦଳ ପାଇଁ ଏତେ ନିସ୍ବାର୍ଥପର କାମ କରିବା ପରେ ମଧ୍ୟ ମୋତେ ସୁପ୍ରିମୋ ବିଶ୍ବାସ କରିନାହାନ୍ତି
ତେଣୁ ମୁଁ ବାଧ ହୋଇ ଦଳ ଛାଡ଼ୁଛି ।