ଆସନ୍ତା
କାଲିଠାରୁ ବଢିବ ତାପମାତ୍ରା । 2ରୁ 3 ଡ଼ିଗ୍ରୀ
ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଭୀଷଣ
ବାତ୍ୟା ରେମଲ ବାତ୍ୟାରେ ପରିଣତ ହୋଇଛି । ବର୍ତମାନ ଓଡ଼ିଶାକୁ ଏହାର ବିଶେଷ ପ୍ରଭାବ ନାହିଁ ।
ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡ଼ଘଡ଼ି ବିଜୁଳି ପବନ ହେବାର ସମ୍ଭାବନା ନାହିଁ । କିଛଇ କିଛି
ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହୋଇପାରେ । ଆସନ୍ତା କାଲିଠାରୁ 2-3 ଡ଼ିଗ୍ରୀ ବଢିବ
ତାପମାତ୍ରା । ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ହିଟଓ୍ବେଭ ସ୍ଥିତି ସମ୍ଭାବନା ନାହିଁ । 92.8 ମିମି
ସର୍ବାଧିକ ନାୟାଗଡ଼ର ରାମପୁର ଏବଂ କେନ୍ଦ୍ରପଡ଼ା ରାଜନଗରରେ 78 ମିମି ରେକର୍ଡ଼ କରାଯାଇଛି । 31 ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ । କିଛି
ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ।