ରାଜ୍ୟ ନିର୍ବାଚନ
ଅଧିକାରୀଙ୍କ ସୂଚନା । ଅପରାହ୍ନ 3 ଟା ସୁଦ୍ଧା
ରାଜ୍ୟରେ 48.44 ପ୍ରତିଶତ ଭୋଟିଂ ହୋଇଛି । ତା ସହିତ ରାଜ୍ୟରେ ସୁରୁଖୁରରେ ନିର୍ବାଚନ
ଚାଲିଛି । ଅପରାହ୍ନରେ ଆହୁରି ମତଦାନ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ନିର୍ବାଚନ
ଅଧିକାରୀ ।ତେବେ ଅପରାହ୍ନ 6 ଟା ଭିତରେ ଭୋଟରଙ୍କୁ ଭୋଟ ପାଇଁ ସୁଯୋଗ ମିଳିବ ବୋଲି
କୁହାଯାଇଛି । ଅନ୍ୟପଟେ କୌଣସି ଜାଗାରେ ବଡ଼ ବିଶୃଙ୍ଖଳା ହୋଇନି । ତେବେ ଅପରାହ୍ନ 6 ଟା ଭିତରେ
ଭୋଟ ପାଇ ସୁଯୋଗ ମିଳିବ ବୋଲି କୁହାଯାଉଛି ।
ଅନ୍ୟପଟେ କୌଣସି ଜାଗାରେ ବଡ଼ ବିଶୃଙ୍ଖଳା ହୋଇନି । ସବୁ ବୁଥରେ ପୋଲିସ ଅଧିକାରୀ ନିୟୋଜିତ
ହୋଇଛି । ଏଯାବତ କୌଣସି ଅପ୍ରୀତିକର ସ୍ଥିତି ଦେଖିବାକୁ ହୋଇନି । ସବୁ ବୁଥରେ ପାଲିସ ଅଧିକାରୀ ନିୟୋଜିତ ହୋଇଛି ।
ଏଯାବବତ କୌଣସି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିନି । ଆଜି କୁଚିଣ୍ଡା ଓ ରେଢାଖୋଲରେ ଅପରାହ୍ନରେ 4 ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଆଜି ଛେଣ୍ଡିପଦା
84 ନମ୍ବର ବୁଥରୁ ଯେଉଁ ସବୁ ଅପ୍ରୀତିକର ସ୍ଥିତିର ଭିଡ଼ିଓ ଆସିଛି ତାହାକୁ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣା
ସ୍ଥଳକୁ ତଦାରଖ ପାଇଁ ମୋବାଇଲ ପାଟ୍ରେଲିଂ ଟିମ ପଠାଯାଇଛି । ଜିରୋ ଟଲରାନ୍ସ ନୀତି ଗ୍ରହଣ
କରାଯିବ ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଅତିରିକ୍ତ ଡ଼ିଜିପି ସଞ୍ଜୟ କୁମାର ।