ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଶନିବାର ସନ୍ଧ୍ୟା
ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ 26 ତାରିଖ ରାତିରେ ପଶ୍ଚିମବଙ୍ଗ ଓ ବଂଲାଦେଶର ସଂଲଗ୍ନ
ଉପକୂଳରେ ସ୍ଥଳଭାଗ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ଘଣ୍ଟା
ପ୍ରତି 110ରୁ 120 କିଲୋମିଟର ବେଗରେ ପବନ ବହିବା ସହ 135 କିଲୋମିଟର ବେଗରେ ଝଟକା ପବନ
ବହିବାର ସମ୍ଭାବାନା ରହିଛି । ଆସନ୍ତା 26- 27 ତାରିଖରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତୀ
ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି । 27 – 28 ତାରିଖରେ
ଉତ୍ତର ପୂର୍ବ ଭାରତରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଲ୍ୟାଣ୍ଡଫଲ ସମୟରେ ଉପକୂଳ ପଶ୍ଚିମବଙ୍ଗ
ଓ ବଂଲାଦେଶର ତଳିଆ ଅଞ୍ଚଳରେ 1.5 ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆାର ସହ ଝଡ଼ ତୋଫାନ ସଂପୃକ୍ତ
ଜଳମଗ୍ନ କରିବାର ସମ୍ଭାବନା ରହିଛି । ଆସନ୍ତା 17 ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରେର
ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ
ବିଭାଗ ସତର୍କ କରାଇେଦଇଛି । ପାଣିପାଗ ବିଭାଗ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଳା ଦକ୍ଷିଣ ଓ ଉତ୍ତର
ପଗଣା ପାଇଁ ମେ 26 ଓ 27 ରେ ରେଡ଼ ଆଲର୍ଟ ଜାରି କରିଛି । ଯେଉଁଠାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର
ସମ୍ଭାବନା ରହିଛି ।