ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଶନିବାର ସକାଳ 7 ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା
ମଧ୍ୟରେ ଆରମ୍ଭ ହୋଇଛି । 8 ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି । ମୋଟ୍ 58 ଲୋକସଭାଟି ଲୋକସଭା ଆସନ
ଲାଗି ମତଦାଧିକାର ସାବ୍ୟସ୍ତ କରୁଛନ୍ତି । ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା 6 ଟା ଯାଏ ଚାଲିବ ।
ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ ଉପରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏହି ପର୍ଯ୍ୟାୟରେ
ବିହାରର 8 ଟି ଲୋକସଭା ଆସନ ସମେତ ହରିୟାଣାର ସମସ୍ତ 10 ଟି ଆସନ , ଜମ୍ମୁ ଓ କାଶ୍ମୀରର ଗୋଟିଏ
, ଝାଡ଼ଖଣ୍ଡର 4 , ଦିଲ୍ଲୀର ସମସ୍ତ 7 , ଓଡ଼ିଶାର 6, ଉତ୍ତର ପ୍ରଦେଶର 14 ଏବଂ 8 ଟି ଆସନ ଲାଗି
ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ମୋଟ 889 ଜଣ ପ୍ରର୍ଥୀ ପ୍ରତିନ୍ଦ୍ବନ୍ଦ୍ବିତା
କରୁଛନ୍ତି । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତା ଜୁନ 1 ତାରିଖରେ ଅନୁଷ୍ଠିତ ହେବ ।