ଓଡ଼
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ 6 ଲୋକସଭା, କଟକ , ସମ୍ବଲପୁର , ଭୁବନେଶ୍ବର , କଟକ ,
କେନ୍ଦୁଝର, ଢେଙ୍କାନଳ , ଓ ପୁରୀ ଭଳି ହାଇପ୍ରୋଫାଇଲ ଆସନରେ ଭୋଟ ଦିଆଯାଉଛି । ଏହା ଅଧୀନରେ
ଥିବା ସମ୍ଭ 42 ବିଧାନସଭା ପାଇଁ ମତଦାନ ଜାରି ରହିଛି । ସନ୍ଧ୍ୟା 6 ଟା ଯାଏଁ ମତାଦନ ଜାରି ରହିବ
ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
।
ତୃତୀୟ ପର୍ଯ୍ୟାୟରେ
447 ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । 6 ଟି ଲୋକସଭା ଆସନ ପାଇଁ 64 ପ୍ରାର୍ଥୀ ଥିବାବେଳେ
42 ଟି ବିଧାନସଭା ଆସନରେ 383 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ମୋଟ 94 ଲକ୍ଷ 48 ହଜାରରୁ ଅଧିକ ଭୋଟର ନେତା
ବାଛିବେ । ଏଥିପାଇଁ 10 ହଜାର 551 ମତଦାନ କେନ୍ଦ୍ର କରାଯାଇଛି । ଏଥିରୁ 20% ବୁଥ ସମ୍ବେଦନଶୀଳ ରହିଛି
। ଶାନ୍ତିଶୃଙ୍ଖଳା ପାଇଁ 35 ହଜାର ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଏହି ପର୍ଯ୍ୟାୟରେ ଧର୍ମେନ୍ଦ୍ର
ପ୍ରଧାନ, ପ୍ରଣବ ପ୍ରକାଶ ଦାସ,ନଗେନ୍ଦ୍ର
ପ୍ରଧାନ, ରୁଦ୍ର ନାରାୟଣ ପାଣି, ଭର୍ତହରି ମହତାବ , ସଂତୃପ୍ତ ମିଶ୍ର , ସମ୍ବିତ ପାତ୍ର , ଅରୁବ
ପଟ୍ଟନାୟକ, ଅପରାଜିତା ଷଢଙ୍ଗୀ ଏବଂ ମନ୍ମଥ
ରାଉତରାୟଙ୍କ ଭଳି ବଡ଼ ବଡ଼ ଚେହରାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଏପଟେ ଭୋଟ ପାଇଁ
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ସମ୍ବଲପୁରରେ 144 ଧାରା ଜରି କରାଯାଇଛି ।