ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାର ସିଧା ସଳଖ ନପଡ଼ିଲେ ବି ଏହାର ପରୋକ୍ଷ ପ୍ରଭାବ
ରହିବ । ଏଥିପାଇଁ ରାଜ୍ୟର 4 ଟି ଯାକ ବନ୍ଦରକୁ 1 ନମ୍ବର ବିପଦ ସଂକେତ ଦିଆଯାଇଛି । ଓଡ଼ିଶା
ଉପକୂଳରେ 25 ତାରିଖରେ 40 ରୁ 50 କିମି ବେଗରେ ପବନ ବହିବ । ଝଟକା ପବନ 60 କିମି ରହିବ । 26 ସକାଳେ
ବୃଦ୍ଦି ପାଇଁ ପବନର ବେଗ ଘଣ୍ଟା ପ୍ରତି 80 କିମି ରହିବ । 25ରେ ବାଲେଶ୍ବର , ଭଦ୍ରକ, କେନ୍ଦ୍ରପଡ଼ା
ରେ ପ୍ରବଳ ବର୍ଷା ହେବ । 26ରେ ଭଦ୍ରକ ଓ
ବାଲେଶ୍ବର ଅତି ପ୍ରବଳ ବର୍ଷା ସହ ମୟୁରଭଞ୍ଜ ଓ କେନ୍ଦ୍ରାପଡ଼ା ରେ ପ୍ରବଳ ବର୍ଷା ସହ ଉତ୍ତର
ଓଡ଼ିଶାର କିଛି ପକେଟ ରେ ବର୍ଷା ରହିବ । କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତ ଶକ୍ତିଶାଳୀ ହେଉଛି ।
ଯାହା ବର୍ତମାନ ଉତ୍ତର ପୂର୍ବ ଦିଗରେ ଗତି କରୁଚି । ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବା ଆରମ୍ଭ କରିବ । 25 ସନ୍ଧ୍ୟାରେ
ଭିଷଣ ବାତ୍ୟାରେ ପରିଣତ ହେବ । ସେହି ସମାନ ଭାବେ
ଉତ୍ତର ଦିଗରେ ଗତି କରି ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗ ର ସାଗର ଦ୍ବିପ ଓ ଖେପୂପରା ମଧ୍ୟରେ 26
ମଧ୍ୟରାତ୍ରୀରେ ଭୀଷଣ ବାତ୍ୟା ହେଇ ଉପକୂଳ ଅତିକ୍ରମ କରିବ ।