ସରକାରଙ୍କ ଠାରୁ 18 ହଜାର କୋଟି ଟଙ୍କାରେ କିଣିବାର ଦୁଇ ବର୍ଷ ପରେ ଟାଟା ଏୟାର ଇଣ୍ଡିଆ
କର୍ମଚାରୀଙ୍କ ଦରମା ବଢାଇଛି । କର୍ମଚାରୀଙ୍କ ଦରମା 5000 ଟଙ୍କାରୁ 15 ହଜାର ଟଙ୍କା ପର୍ଯ୍ୟନ୍ତ
ବଢିଛି । ଏପ୍ରିଲ ପହିଲାରୁ ଦରମାର ବୃଦ୍ଧିକୁ ଲାଗୁ କରାଯାଇଛି । ପାଇଲଯଙ୍କ ପାଇଁ 42 ହଜାର ଟଙ୍କାରୁ
ଆରମ୍ଭ କରି 1.8 ଲକ୍ଷ ପର୍ଯ୍ୟନ୍ତ ବୋନସ ଘୋଷଣା କରାଯାଇଛି ।
ଷ୍ଟାଫ ଅଫିସର ଓ କ୍ୟାପଟେନଙ୍କୁ ବାର୍ଷିକ 60 ହଜାର ଟଙ୍କା ବୋନସ ପ୍ରଦାନ କରାଯିବ । କମାଣ୍ଡର ଓ ବରିଷ୍ଠ କମାଣ୍ଡରଙ୍କୁ ଯଥାକ୍ରମେ 1.32
ଲକ୍ଷ ଟଙ୍କା ଓ 1.80 ଲକ୍ଷ ଟଙ୍କାର ବୋନସ ଦିଆଯିବ । କନିଷ୍ଠ ଫାଷ୍ଟ ଅଫିସରଙ୍କ ଦରମାରେ କୌଣସି
ବୃଦ୍ଧି କରାଯାଇନାହିଁ । କମ୍ପାନୀ ପକ୍ଷରୁ ଲକ୍ଷ୍ୟଭିତ୍ତିକ ପ୍ରଦର୍ଶନ ବୋନସ ମଧ୍ୟ ଘୋଷରା କରାଯାଇଛି । କମ୍ପାନୀ ଓ
ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେହି ବୋନସ ପ୍ରଦାନ କରାଯିବ । ଏଆଇ ବ୍ୟବହାର କରି କମ୍ପାନୀ
ବ୍ୟକ୍ତିଗତ ପ୍ରଦର୍ଶନର ସ୍ତର ଆକଳନ କରିବ ।