ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ମିଛ କହିବାର ସୀମା ଥାଏ । ବିଜେପି ମିଛ କହିବାର ସୀମା ଟପିଯାଇଛି । ମୁଁ ଏବେ ସମ୍ପୂର୍ଣ
ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ
ପ୍ରଚାର କରୁଛି । ଏଭଳି କହି ବଜେପିକୁ କଡ଼ା ଜବାବ ଦେଇଛନ୍ତି ନବୀନ । ଏହା ପୂର୍ବରୁ ବିଜେପିର ଉଭୟ
ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବ ନବୀନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରିକି
ନବୀନ ବିଶ୍ରାମ ନିଅନ୍ତୁ ବୋଲି ବିଭିନ୍ନ ସଭାରେ କହୁଥିଲେ । ଯାହାର କଡ଼ା ଜବାବ ରଖିଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ବିଜେଡ଼ି ନେତା ଭିକେ ପାଣ୍ଡିଆନ କହିଛନ୍ତି ବିଜେପି ନେତା
କିଛି ନୂଆ ଚିନ୍ତାଧାରା ଆଣିବା ପରିବର୍ତେ ଭିତ୍ତିହୀନ କଥା କହିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ
ନାଁରେ ଏଭଳି ଅପପ୍ରଚାରକୁ ଗ୍ରହଣ କରିବେନି ଓଡ଼ିଶାବାସୀ
।