ବଙ୍ଗୋପସଗାରରେ ସୃଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି
ସକାଳ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ପରେ 26 ତାରିଖ ମଧ୍ୟରାତ୍ରୀ
ସୁଦ୍ଧା ବଂଲାସାଗର ଦ୍ବୀପ ଓ ଖେପୁପାରା ମଧ୍ୟଦେଇ ବାତ୍ୟା ସ୍ଥଳଭାଗ ଛୁଇଁବ ବାତ୍ୟା ରେମାଲ
। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସହିତ ଏହା ଦକ୍ଷିଣ ଓ ଦକ୍ଷିଣ
ପଶ୍ଚିମ ଦିଗରେ ଏହା ବଂଲାଦେଶ ଉପକୂଳ ଆଡ଼କୁ ଗତି
କରୁଛି । ବଂଲାଦେଶ ଖେପୁପାରା ଠାରୁ ଏହା ବର୍ତମାନ 800 କିଲୋମିଟର ଦୂରେ ରହିଛି । ତେବେ ଓଡ଼ିଶା
ଉପରେ ଏହି ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ
ପାଣିପାଗ ବିଭାଗ । ବାତ୍ୟାଟି ପଶ୍ଚିମବଙ୍ଗ
ଉପକୂଳ ଏବଂ ବାଂଲାଦେଶ ଉପକୂଳ ଆଡ଼କୁ ଗତି
କରୁଥିବା ବେଳେ ଓଡ଼ିଶା ଉପକଳୂରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ତେବେ ଆଜିଠୁ ଓଡ଼ିଶାରେ
ପାଗରେ ପରିବତର୍ତନ ହେବା ସହ ପାଗ ସମାନ୍ୟ କୋହଲା ରହିବ । 25 ଓ 26 ତାରିଖ ଦୂଇ ଦିନ ଉତ୍ତର
ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଜଗତସିଂହପୁର , କେନ୍ଦ୍ରପଡ଼ା, ବାଲେଶ୍ବର,
ଭଦ୍ରକ , ଜିଲ୍ଲାରେ ବର୍ଷା ଲାଗିରହିବ । 26 ତାରିଖରେ ବାଲେଶ୍ବର ଓ ମୟୁରଭଂଜରେ ପ୍ରବଳ ବର୍ଷା
ସମ୍ଭାବନା ରହିଛି । ସମୁନ୍ଦ୍ର ଉପକୂଳରେ ପବନର ବେଗ ରହିପାରେ 40 ରୁ 50 କିଲୋମିଟର ।