ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି । ସନ୍ଧ୍ୟା
6 ଟାରେ ଶେଷ ହେବ । ତୃତୀୟ ପର୍ଯ୍ୟାୟ ପ୍ରସ୍ତୁତି ପାଇଁ ସିଇଓ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବୁଥ ଗୁଡ଼ିକ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା
ରହିବା ସହ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଭୋଟରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର
ବ୍ୟବସ୍ଥା କରାଯାଇଛି । ବିଶୃଙ୍ଖଳା ସୃଷ୍ଟି କରୁଥିବା
ଲୋକଙ୍କୁ ବୁଥ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏହାକୁ ଦୃଷ୍ଟିରେ ରଖି କଡ଼ା
ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ମେ 25 ଶନିବାର ରାଜ୍ୟର 6 ଲୋକସଭା ଆସନ ଏବଂ 42 ବିଧାନସଭା ଆସନରେ
ତୃତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ
ପାଇଁ
94.48 ଲକ୍ଷ ଭୋଟର । 42 ବିଧାନସଭା 339
ଜଣ ପୁରୁଷ ଓ 44 ଜଣ ମହିଳା ପ୍ରାର୍ଥୀ ନିର୍ବାଚନ
ଲଢୁଛନ୍ତି । 6 ଲୋକସଭା ଆସନରେ 64 ଜଣ ପ୍ରାର୍ଥୀ
ମଇଦାନରେ ରହିଛନ୍ତି । ବରିଷ୍ଠ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଯୁବ ଭୋଟରଙ୍କ ସଂଖ୍ୟା ରାଜ୍ୟରେ 30 ପ୍ରତିଶତ ରହିଛି । ଘରେ ଭୋଟ ଦେବାର ସୁବିଧା ମଧ୍ୟ
କରାଯାଇଛି । ପୋଲିସ କର୍ମଚାରୀମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ସୁବିଧା କରାଯାଇଛି । ମତଦାନ
କେନ୍ଦ୍ରରେ ପାନୀୟ ଜଳ ଏବଂ ଓଆାରଏସର ବ୍ୟବସ୍ଥା କରାଯାଇଛି ।