ବୁଧବାର ବିଜେଡ଼ିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ
ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତନ କରି ବିଜେଡ଼ିରେ ରହିଛନ୍ତି । ଏଥିପାଇଁ
ଦଳ ପକ୍ଷରୁ ତାଙ୍କୁ ବହିଷ୍କାର ସ୍ବରୂପ ବାଲେଶ୍ବର ଜିଲ୍ଲା ସଭାପତି ଏବଂ ବିଜେଡ଼ିର ବରିଷ୍ଠ
ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି । ଜ୍ୟୋତିଙ୍କ ବ୍ୟତୀତ ବୁଧବାର 18 ପଞ୍ଚାୟତର ବହୂ
ସମର୍ଥକ ମଧ୍ୟ ବିଜେଡ଼ି ଛାଡ଼ିଥିଲେ ।ତେବେ ଖବର ମୁତାବକ ବିଜେଡ଼ିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ
ଦସ ବୁଧବାର ଜ୍ୟୋତି ପ୍ରକାଶଙ୍କୁ ସାକ୍ଷାତ କରିବା ପରେ ସେ ତାଙ୍କର ନିଷ୍ପତ୍ତି ପରିବର୍ତନ
କରିଛନ୍ତି । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ଜ୍ୟୋତିପ୍ରକାଶ ବଦଳରେ ସୁବାସିନୀ ସାହୁଙ୍କୁ
ବିଜେଡ଼ି ଟିକେଟ ଦେବାରୁ ସେ ଅସନ୍ତୁଷ୍ଟ ହୋଇ
ନରୀବତା ଅବଲମ୍ବନ କରିଥିଲେ । ତେବେ ସେ ବୁଧବାର ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା
ସମ୍ପର୍କରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ
ଇସ୍ତଫା ପଠାଇଛନ୍ତି । ଏହାପରେ ନିର୍ବାଚନ କ୍ଷେତ୍ରରେ 18 ପଞ୍ଚାୟତରେ ଥିବା ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେଡ଼ି
ଛାଡ଼ିଥିଲେ । ଏହାପରେ ସେମାନେ ଧୋବାଗଡ଼ିଆଠାରେ ଆୟୋଜିତ ଖବରଦାତା ଭକ୍ତ ନେତୃବୃନ୍ଦ ଏହି ସୂଚନା
ଦେବା ସହ ସେମାନେ ଭାଜପା ମିଶିପାରନ୍ତି ବୋଲି ପରୋକ୍ଷରେ ଇଙ୍ଗିତ କରିଥିଲେ । ଯାହାଙ୍କ ନେଇ
ସିମୁଳିଆ ସରଗରମ ହୋଇଥିଲା ।