ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର ।
ସଂଧ୍ୟା 6ଟାରେ ପ୍ରଚାର ଶେଷ ହେବାକୁ ଥିବାରୁ ପ୍ରାର୍ଥୀ ପାଇଁ ପୂରା ଦମ
ଲଗାଇଦେବେ । ପଦଯାତ୍ରା , ବାଇକ ଶୋଭାଯାତ୍ରା ଖେଲାଜିପରେ ବୁଲି ଭୋଟରଙ୍କ ନିକଟକୁ ପହଂଚିବେ ।
25 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । 6ଟି ଲୋକସଭା ସମ୍ବଲପୁର, କେନ୍ଦୁଝର , ଢେଙ୍କନାଳ,
କଟକ ପୁରୀ, ଓ ଭୁବନେଶ୍ବର, ସମେତ ଏହା ଅଧୀନରେ ଆସୁଥିବା 42 ଟି ବିଧାନସଭା ଆସନରେ ପଡ଼ିବ ଭୋଟ ।
ତୃତୀୟ ପର୍ଯ୍ୟାୟରେ ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ ପରିକ୍ଷା ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେଡ଼ି ସାଂଗଠନିକ
ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅପରାଜିତା ଷଡ଼ଙ୍ଗୀ , ଭର୍ତୃହରି ମହତାବ, ସମ୍ବିତ ପାତ୍ର , ବିରୋଧୀ
ଦଳ ନେତା ଜୟନାରାୟଣ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ , ପ୍ରସନ୍ନ ଆଚାର୍ଯ୍ୟ , ଦେବୀ ମିଶ୍ର,
ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ପରି ହେଭିଓ୍ବେଟ ରହିଛନ୍ତି । ନିର୍ବାଚନ ହେବାକୁ ଥିବା ଏହି
ଆସନ ମଧ୍ୟରୁ 2019 ବିଜେପି 2 ଟି ଓ ବିଜେଡ଼ି 4 ଟି ଲୋକସଭା ଆସନରେ ଜିତିଥିଲ ।ସେହିପରି 42 ଟି
ବିଧାନସଭା ମଧ୍ୟରୁ ବିଜେଡ଼ି 34 ଟି , ବିଜେପି 34 ଟି , ବିଜେପି 6 ଟି ଓ କଂଗ୍ରେସ
2ଟି ଆସନ ଅକ୍ତିଆାର କରିଥିଲା ।