ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡ଼ିଛି ।
ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡ଼ି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ
ଧରିଛନ୍ତି । ଏଭଳି ସ୍ଥିତିରେ ଭାଜପାର ମଙ୍ଗ କେନ୍ଦ୍ରୀୟ ନତାମାନେ ଧରିଥିବା ବେଳେ ବିଜେଡ଼ି ସୁପ୍ରିମୋ
ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡ଼ିର
ବରିଷ୍ଠ ନେତା କାତ୍ତିକ ପାଣ୍ଡିଆନ ପ୍ରଚାର ମଙ୍ଗ ଧରିଛନ୍ତି । ପ୍ରାୟତଃ ବିରୋଧୀଙ୍କ କଟାକ୍ଷକ
ଖାତିର ନ କରୁଥିବା ନବୀନ ଚଳିତ ନିର୍ବାଚନରେ ଭିଡ଼ିଓ ବାତ୍ତା ମାଧ୍ୟମରେ ଜବାବା ରଖୁଥିବା ଦେଖାଯାଉଛି ।ଏହାକୁ ନେଇ ଭାଜପା
ସନ୍ଦେହ ପ୍ରକାଶ କରିଛି । ନିର୍ବାଚନୀ ସଭାରେ ନବୀନ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ଼ ଲେଖା ପଢି
ଦେଉଛନ୍ତି । ହେଲେ ଶର୍ଟ ଭିଡ଼ିଓରେ ବେଶ ପ୍ରାଞ୍ଜଳ ଭାବେ ସମସ୍ତ ଘଟଣାକୁ ପରିପ୍ରକାଶ କରୁଛନ୍ତି
। ଏଣୁ ବାସ୍ତବରେ ସେ କହୁଛନ୍ତି ନା ତାହା ଏଆଇ କିଛି ସ୍ପଷ୍ଟ ହୋଇପାରୁନାହିଁ ବୋଲି ବୁଧବାର ଭାଜପା ନେତା ସମୀର ମହାନ୍ତି କହିଛନ୍ତି
। ଏଭଳି ଭିଡ଼ିଓ କରିବା ଛାଡ଼ନ୍ତୁ , ଆଲୋଚନା କରିବାକୁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ବାନ
ଦେଇଛନ୍ତି । ତେବେ ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏକ ଭିଡ଼ିଓରେ ପାଣ୍ଡିଆନ
ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛନ୍ତି ସାର ଭାଜପା ଅଭିଯୋଗ କରୁଛି ଯେ ଆପଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଭିଡ଼ିଓ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହୁଛନ୍ତି ଭଲ କଥା । ସେମାନେ ନିଜେ ଇଣ୍ଟେଲିଜେନ୍ସ
ବ୍ୟବହାର କରୁଛନ୍ତି । ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ।