ଓବିସି ସାର୍ଟିଫିକେଟକୁ ନେଇ କୋଲକତା ହାଇେକୋର୍ଟଙ୍କ ବଡ଼ ଫୈସଲା ।
2010 ମସିହା ପରେ ପ୍ରସ୍ତୁତି ହୋଇଥିବା ଓବିସି ସୂଚୀକୁ ରଦ୍ଦ କଲେ ପଶ୍ଚିମବଙ୍ଗ
ହାଇକୋର୍ଟ । କୋଲକତା ହାଇକୋର୍ଟ କହିଛନ୍ତି
ଯେ ଏବେ କୌଣସି ବି ନୂଆ ପ୍ରମାଣପତ୍ର ଜାରି କରାଯିବନି । ତେବେ କୋଲକତା ହାଇକୋର୍ଟ ଏହାସହିତ
ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଓବିସି ସୂଚୀକୁ ରଦ୍ଦ କଲେ ବି ଏହା ଆଧାରରେ
ଚାକିରି ପାଇଥିବା ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ । ଯେଉଁମାନେ ଏହି ଆଧାରରେ ଚାକିରି
ପାଇଥିବେ ସେମାନଙ୍କର ଚାକିରି ଜାରି ରହିବ ବୋଲି କୋଲକତା ହାଇକୋର୍ଟ ସ୍ବଷ୍ଟ କରିଛନ୍ତି ।
କୋର୍ଟ କହିଥିଲେ ଯେ 2011 ରୁ 2024 ଭିତରେ ରାଜ୍ୟ ଦ୍ବାରା ଜାରି କରାଯାଇଥିବା ସମସ୍ତ ଓବିସି
ପ୍ରମାଣପତ୍ରକୁ ରଦ୍ଦ କରାଯାଉଛି । 2010 ପରେ ସମସ୍ତ ଓବିସି ସୂଚୀକୁ ରଦ୍ଦ କରିଦିଆଯାଉଛି ।
ତେବେ 2010 ପୂର୍ବରୁ ପଞ୍ଜୀକୃତ ହୋଇଥିବା ଓବିସି ସୂଚୀକୁ ରଦ୍ଦ କରିନାହାଁନ୍ତି କୋର୍ଟ ।
ଯାହାକି ପଶ୍ଚିମବଙ୍ଗ ମମତା ସରକାରଙ୍କୁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।