ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦଳୀୟ
ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କର୍ମୀଙ୍କ ମନରେ ଜୋଶ
ଭରିବା ସହ ଦଳୀୟ ପ୍ରର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଆସନ୍ତା 29 ତାରିଖରେ
ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ । ପ୍ରଥମେ ବାଲେଶ୍ବର
ଓ ପରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ସମାବେଶ କରିବେ । ଚଳିତବର୍ଷ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ
ବାରମ୍ବାର ଓଡ଼ିଶା ଗସ୍ତରେ ଆସିବା ବଜେଡ଼ି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି
ଆସୁଛନ୍ତି । ଏପରିକି ଓଡ଼ିଶାବାସୀ ଏଥର ପରିବର୍ତନ ଚାହୁଁଥିବା ନେଇ ପ୍ରତି ସଭାରେ କହୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ 29 ତାରିଖରେ ଆସିବାକୁ ଥିବା ବେଳେ ଆସନ୍ତା 25
ତାରିଖରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ଶାହା ଓଡ଼ିଶା ଗସ୍ତରେ ଆସି ବାରିପଦା , ଚାନ୍ଦବାଲି ,
କୋରାଇ, ନିମାପଡ଼ାରେ ସମାବେଶ କରିବେ । ମୀତ ଶାହ
ମଧ୍ୟ ଚଳିତ ନିର୍ବାଚନରେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ
ଶାଣିତ ଆକ୍ରମଣ କରୁଛନ୍ତି ।ବିଭିନ୍ନ ପ୍ରସଙ୍ଗରରେ ବିଜେଡ଼ି ସରକାରକୁ ଘେରିବା ସହ ଓଡ଼ିଶାବାସୀ
ବିଜେପି ସରକାରକୁ ସୁଯୋଗ ଦିଅନ୍ତୁ ବୋଲି ଅପିଲ କରୁଛନ୍ତି । ବିଜେପି ସରକାର ହେଲେ ଓଡ଼ିଶାରେ
ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ସଭାରେ କହୁଛନ୍ତି ଶାହା ।