ବିଜେଡ଼ିର ନିର୍ବାଚନୀ ଇସ୍ତାହାର ନେଇ ପାଣ୍ଡିୟାନଙ୍କ ସାମ୍ବାଦିକ
ସମ୍ମିଳନୀ । ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ । ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ
ଲୋକଙ୍କ ଭୂମିକା ଗୁରୁତ୍ବପୂଣ୍ଣ । ମଧ୍ୟବିତ୍ତ ପରିବାରଙ୍କ ପାଇଁ ବିଜେଡ଼ି ଇସ୍ତାହାରରେ ଦିଆଯାଇଥିବା
ପ୍ରତିଶ୍ରୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ନେତା ଭିକେ ପାଣ୍ଡିଆନ । ମଧ୍ୟବିତ୍ତଙ୍କ
ପାଇଁ 5 ଟି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆାଯାଇଛି
। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ
ବିଏସକେଓ୍ବେଇ ନବୀନ କାର୍ଡ଼ ପ୍ରଦାନ କରାଯିବ । ଘର କିଣିବାକୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ଉପରେ ସୁଧ ରିହାତି ମିଳିବ । ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଋଣ ଉପରେ ବି
ମିଳିବ ସୁଧ ରିହାତି । ଗମନାମଗନ ପାଇଁ କାମ
ପଇସାରେ ସୁବିଧା କରାଯାଇଛି । ଲକ୍ଷ୍ମୀ ବଦ ଓ ମୋ ବସ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ପ୍ରାୟ
98 ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଛାତ୍ରଙ୍କ ପାଇଁ 12 ହଜାର ଛାତ୍ରୀଙ୍କ ପାଇଁ 14 ହଜାର ଛତ୍ରବୃତ୍ତି
ପ୍ରଦାନ କରାଯିବ ।ପାଣ୍ଡିଆନ କହିଛନ୍ତି ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ
ନାହାନ୍ତି । ମଧ୍ୟବିତ୍ତ ଆଗକୁ ବଢିଲେ ସର୍ଭିସ ସେକ୍ଟର ଆଗାକୁ ବଢିବ । ରାଜ୍ୟ ଆଗକୁ ବଢିବ ।
ରାଜ୍ୟରେ ଆର୍ଥନୌତିକ ବିକାଶ ହେବ । ତେଣୁ ମଧ୍ୟବିତ୍ତଙ୍କ ପାଇଁ ଏଭଳି ବଦକ୍ଷେପ ନେଇଛନ୍ତି
ମୁଖ୍ୟମନ୍ତ୍ରୀ ।