ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଳଘୁଚାପ । ବାତ୍ୟା ନେଇ ସ୍ପଷ୍ଟ ହୋଇନଥିବା ବେଳେ ସତର୍କ
ରହିବାକୁ ପରାମର୍ଶ ଦେଇଛି ସ୍ବତନ୍ତ୍ର ରିଲିଫ କମିଶନର । ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ର ମଧ୍ୟକୁ ନଯିବା
ପାଇଁ ପରାମର୍ଶ ଦିଆାଯାଇଛି । ଅସ୍ତରଙ୍ଗ ଅଞ୍ଚଳର ମତ୍ସ୍ୟଜୀବୀମାନେ ଏଥିପାଇଁ ପ୍ରସ୍ତୁତି ଆାରମ୍ଭ କରିଛନ୍ତି । ସେମାନଙ୍କ
ଘର ସଜାଡ଼ିବା ସହ ଡ଼ଙ୍ଗା ସବୁକୁ ଉପରକୁ ଉଠାଇଛନ୍ତି । 25 ତାରିଖ ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ
ନିର୍ବାଚନ । ଏହା ପୂର୍ବରୁ ବର୍ଷା ନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ
ନେଇ ସତର୍କ ରହିବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି
ସ୍ବତନ୍ତ୍ର ରିଲିଫ କମିଶନର । ସେହିପରି ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।