ବଜେଡ଼ିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ । ବିଜେଡ଼ି ସୁପ୍ରିମୋଙ୍କ ଇସ୍ତଫାପତ୍ର ପଠାଇବା ସହ
ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଏକ ଭିଡ଼ିଓ ବାର୍ତା ମଧ୍ୟ ଜାରି
କରିଛନ୍ତି । ବିଧାୟକ ଭାବେ ଲୋକଙ୍କ ସେବା
କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ
ଦିନରେ ମଧ୍ୟ ସିମୁଳିଆ ଓ ଖରଇରାବାସୀଙ୍କ ସେବା କରିବେ ବୋଲି କହିଛନ୍ତି ଜ୍ୟୋତିପ୍ରକାଶ । ସିମୁଳିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜ୍ୟୋତିପ୍ରକାଶ
ନବୀନଙ୍କ ସରକରୀରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ଚଳିତ ନିର୍ବାଚନରେ ଦଳ
ତାଙ୍କୁ ଟିକେଟ ନଦେଇ ନୂଆ ଚେହରା ଭାବେ ଶୁଭାସିନୀ ସାହୁଙ୍କୁ ସୁଯୋଗ ଦେଇଥିଲା । ଯାହାକୁ ନେଇ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅସନ୍ତୁଷ୍ଟ ଥିଲେ ।
ଦଳର କୌଣସି କାମରେ ଜ୍ୟୋତିପ୍ରକାଶ ସାମିଲ ହେଉନଥିବା ବେଳେ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି
।