କେନ୍ଦୁଝରରେ ପାଟଣା ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର କରିଛନ୍ତି ଭିକେ ପାଣ୍ଡିୟାନ ।
ପ୍ରଚାର କରିବା ସହ ସେ ବିଜେଡ଼ି ପ୍ରାର୍ଥୀ ଙ୍କ ପାଇଁ ଭୋଟ ମାଗିଛନ୍ତି । ଆଉ କହିଥିଲେ ଆମ ମୁଖ୍ୟମନ୍ତ୍ରୀ
ଆଦିବାସୀ ଭାଇ ଭଉଣୀ ମାନଙ୍କୁ ବହୁତ ଭଲ ପାଆନ୍ତି
। ଆଦିବାସୀ ଭାଇ ଭଉଣୀମାନଙ୍କ ପରିଚୟ ହେଉଛି କଳା , ସଂସ୍କୃତି , ଭାଷା , ପୂଜାସ୍ଥଳୀ ।
ଆପଣ ଭାବନ୍ତୁ ଏବେ ସୁଦ୍ଧା ଅନ୍ୟ କେହି ଆପଣଙ୍କୁ ଏସବୁ ଦିଗରେ ଚିନ୍ତା କରିଥିଲା କି । ଆମ ମୁଖ୍ୟମନ୍ତ୍ରୀ
କିନ୍ତୁ ଚିନ୍ତା କଲେ ଆପଣଙ୍କର ଏସବୁ କୁ ଆପଣଙ୍କର ଏସବୁ କୁ ଆପଣଙ୍କ ଭବିଷ୍ୟତ ପିଢୀ ପାଇଁ ବଞ୍ଚାଇ
ରଖିବାକୁ । ଏଥିପାଇଁ ଆାମ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପରିଷଦ ଗଠନ କରିଛନ୍ତି । ବିଜେପି ସରକାର
ଥିବା ରାଜ୍ୟରେ ଏମିତି ଅନୁଷ୍ଠାନ ନାହିଁ ।
ପାଣ୍ଡିଆନ ଆହୁରି କହିଛନ୍ତି ଆାଦିବାସୀ ଭାଇ ଭଉଣୀ ଉପରେ ଥିବା 50 ହଜାରପୋଲିସ କେସ ରଦ୍ଦ
କରିବାକୁ ଆାମ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା
କୌଣସି ସରକାର ବି ଦଳ କରିବେ ନାହିଁ । ଏହା କେବଳ ଆମ ମୁଖ୍ୟମୁନ୍ତ୍ରୀ କରିପାରିବେ । ଆପଣଙ୍କ
ପିଲାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆମ ମୁଖ୍ୟମନ୍ତ୍ରୀ ହଜାର ହଜାର ହଷ୍ଟେଲ ଖୋଲିଛନ୍ତି ।