ପୁଣି ଥରେ ଓଡ଼ିଶା ଆସିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ଅଇଁଠାପାଲି ପିଏଚଡ଼ି
ପଡ଼ିଆାରେ ଆାୟୋଜିତ ନିର୍ବାଚନ ସଭାରେ ଅମିତ ଶାହ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶାହ କହିଛନ୍ତି ଯେ
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି ମୋଦୀ 3
ଶହ ପାର କରିସାରିଲେଣି । ସପ୍ତମ ପର୍ଯ୍ୟାୟ ପରେ 4 ଶହ ପାର ହୋଇଯାଇଥିବ । ଓଡ଼ିଶାରେ ବି ପଦ୍ମ
ଫୁଟିବା ଦରକାର । ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଆବଶ୍ୟକ । ଓଡ଼ିଶା
ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ
ସ୍ମରଣରେ ସ୍ବତନ୍ତ୍ର ମୁଦ୍ରା ପ୍ରଚଳନ କରିଛନ୍ତି । ଓଡ଼ିଶାର କୌଣସି ତାମିଲ ଲୋକ ଶାସନ
କରିପାରିବେନି ବୋଲି ସିଧାସଳଖ ଶାହ କହିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର
ଖୁଲାସା ହେବ । ଏହସହିତ 18ମାସରେ ଚିଟଫଣ୍ଡ ଦୋଷୀଙ୍କୁ
ଜେଲରେ ପୁରାଇବୁ ବୋଲି କହିଛନ୍ତି ଶାହ ।