ଆଜି ଆଇପିଏଲରେ ପ୍ରଥମ କ୍ବାଲିଫାୟାର ମ୍ୟାଚ ଖେଳାଯିବ । ଗୁଜୁରାଟର ଅହମ୍ମଦାବାଦ
ଷ୍ଟାଡ଼ିୟମରେ ପ୍ରଥମ କ୍ବାଲିଫାୟାରରେ ମୁହିଁମୁହିଁ ହେବେ କୋଲକାତା ନାଇଟ ରାଇଡ଼ର୍ସ ଓ ସନରାଇଜର୍ସ
ହାଇଦ୍ରାବାଦ । ଏହି ମ୍ୟାଚରେ ଯେଉଁ ଟମ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ।
ଆଇପିଏଲର ଚଳିତ ସଂସ୍କରଣରେ ଦୁଇଟି ଯାକ ଟିମ ର ବ୍ୟାଟିଂ ଓ ବୋଲିଂ ରେ ପ୍ରଦର୍ଶନ ବହୁତ ଭଲ
ରହିଛି । ହେଲେ ଆଜି ଅହମ୍ମଦାବାଦ ଷ୍ଟାଡ଼ିୟମରେ
ହାଇେଭାଲେଟଜ ମ୍ୟାଚରେ କିଏ ବାଜି ମାରିବ ତାହାକୁ ନେଇ ଫ୍ୟାନ୍ସମାନେ ଉକଣ୍ଠାର ସହ ଅପେକ୍ଷା
କରିଛନ୍ତି ।ହାଇଦ୍ରାବାଦ ଦୁଇ ଓପନର ଟ୍ରେଭିସ
ହେଡ଼ , ଅଭିଶେକ ଶର୍ମା ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ କୋଲକତାର ଓପନର ସୁନିଲ ନାରିନଙ୍କ
ମଧ୍ୟ ପ୍ରଦର୍ଶନ ବେଶ ଭଲ ରହିଛି । ଆଇପିଏଲ ପ୍ଲେ
ଅଫ ନିୟମ ଅନୁଯାୟୀ ଫାଇନାଲ ମୁକାବିଲା ପାଇଁ 4 ଟିମ ମଧ୍ୟରେ କ୍ବାଲିଫାୟାର ଏବଂ ଗୋଟିଏ
ଏଲିମିନେଟର ମ୍ୟାଚ ଖେଳାଯିବ । ପଏଣ୍ଟ ଟେବୁଲର ଶିର୍ଷରେ ରହିଥିବା ଦୁଇ ଟିମ କେଲାକାତା
ହାଇଦ୍ରାବାଦ ପ୍ରଥମ କ୍ବାଲିଫାୟାର ଖେଳିବେ ।