ଠିକ ନିର୍ବାଚନ
ସମୟରେ ବରଗଡ଼ରେ ହତ୍ୟାକାଣ୍ଡ ଘଟିବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ବରଗଡ଼ ଜିଲ୍ଲାପାଳ ଏବଂ
ଜିଲ୍ଲା ନିର୍ବାଚନ ଅଧିକାରୀ । ତାଙ୍କ କହିବା ମୁତାବକ ସରସରା ବୁଥ ନମ୍ବର 128 ଏବଂ 129 ଠାରୁ
ମାତ୍ର 3 ଶହରୁ 4 ଶହ ମିଟର ଦୂରରେ ଭୁଜାଲି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏହି
ଘଟଣାର ପ୍ରାଥମିକ ତଦନ୍ତ କରିବା ପରେ ବ୍ୟକ୍ତିଗତ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା
ମିଳିଛି । ପୂର୍ବ ଶତ୍ରୁତାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା ଏହାପରେ ଅଭିଯୁକ୍ତ ଜଣକ ଫେରାର
ହୋଇଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ହିଂସା ମତଦାନ ସହ ଜଡ଼ିତ ନୁହେଁ ବୋଲି
କୁହାଯାଇଛି । ତତସହିତ ବର୍ତମାନ ମତଦାନ କେନ୍ଦ୍ରରେ ଭୋଟ ଚାଲିଛି ବୋଲି ମଧ ସୂଚନା ଦିଆଯାଇଛି
।