କଟକରେ ଜନସଭାକୁ
ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ପ୍ରଥମେ ଓଡ଼ିଆରେ ଜନସଭାକୁ ସମ୍ବାଧନ କରିବା ସହ କହିଛନ୍ତି ମା କଟକଚଣ୍ଡୀ , ମା ଭଗବତୀ ,
ମହାପ୍ରଭୁ ନୀଳମାଧବଙ୍କ ଏହି ପବିତ୍ର ମାଟିରେ
ପହଞ୍ଚି ମୋ ଜୀବନ ଧନ୍ୟ ହୋଇଛି । ଜନସଭାରେ ଏତେ ସଂଖ୍ୟ ପ୍ରଶଂସକଙ୍କୁ ଦେଖିବା ପରେ ସେ ନିଶ୍ଚିତ
ଯେ 256 ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବାକୁ ଯାଉଛି
। ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏହାସହ କଟକବାସୀ ଆଶୀର୍ବାଦରୁ ତୃତୀୟଥର ପାଇଁ ଜୁନ
ରେ ମୋଦୀ ପୁଣି ଦିଲ୍ଲୀ ରେ ଶପଥ ନେବ । ଏହା ଧାର୍ଯ୍ୟ । ଏହାପରେ କଟକର ଗାରିମା ବଖାଣିଛନ୍ତି
ମୋଦୀ ।
ତେବେ ଆଗାମୀ ୨୫
ବର୍ଷ ଓଡିଶାର ବିକାଶ ପାଇଁ ବେଶ ଜରୁରୀ । ତେଣୁ ଓଡିଶା ଏବେ ବିଜେଡି ସ୍ଲୋ ସରକାରକୁ ପଛରେ ପକେଇ, ଡବଲ ଇଞ୍ଜିନ ବାଲା ବିଜେପି ସରକାର ଚୟନ କରିବ । ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର
ହେବାକୁ ଯାଉଛି । ବିଜେପି ହିଁ ଆଗାମୀ ୨୫ ବର୍ଷରେ ଓଡିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ
ବୋଲି କହିଛନ୍ତି ମୋଦୀ । ଅନ୍ୟପଟେ ଓଡିଶା ବିଜେଡିର ଭ୍ରଷ୍ଟାଚାରୀ ରେକର୍ଡରେ ଓଡିଶାର ଲୋକ
ବୀତସ୍ପୃହ ହୋଇଗଲେଣି । ଯେଉଁ ବିଜେଡି ଚିଟଫଣ୍ଡ ଜରିଆରେ ଗରିବ ଲୋକ ଧୋକା ଦେଉଛି, ସେ ବିଜେଡି ଓଡିଶାକୁ କଣ ଦେଇଛି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି ।