ସାଧାରଣ ନିର୍ବାଚନ
ସମୟରେ ଘଟିଛି ହତ୍ୟାକାଣ୍ଡ । ବରଗଡ଼ ନିକଟ ସଦର ଥାନା ଅନ୍ତର୍ଗତ ସରସରା ଗାଁ ଘଟଣା ସାରା
ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି । ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସାରୁ ଜଣେ ଆଟୋ ଚାଳକକୁ ଏକ
ଗୋଷ୍ଠୀ ଭୁଜାଲି ଆକ୍ରମଣ କରି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ବିଶ୍ବନାଥ ମେହେର ବୋଲି
ଜଣାପଡ଼ିଛି । ଘଟଣା ପରେ ଗାଁକୁ ପହଞ୍ଚିଛନ୍ତି ଆଇଜି ହିମାଂଶୁ ଲାଲ ଓ ବରଗଡ଼ ଏସପି ପ୍ରହଲ୍ଲାଦ
ସାଇ ମିନା । ନିର୍ବାଚନ ସମୟରେ ଭୋଟରଙ୍କୁ ଅଟୋରେ ମତଦାନ କେନ୍ଦ୍ରକୁ ନେଉଥିବା ବେଳେ ଏକ
ଗୋଷ୍ଠୀ ବିରୋଧୀ କରିବା ସହ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ
ନିର୍ବାଚନ ସମୟରେ ଏଭଳି ହିଂସାକାଣ୍ଡ ଏବେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।