ଆଣ୍ଡମାନ ଛୁଇଁଲା
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ନିକୋବର ଦକ୍ଷିଣ ଆଣ୍ଡମାନ ସାଗର ଦ୍ବୀପ ଛୁଇଁଲା ମୌସୁମୀ । ସେହିପରି ଜୁନ 15 ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର
ସମ୍ଭାବନା ରହିଥିବା ଆକଳନ କରାଯାଇଛି । ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । କାଁ ଭାଁ
କାଳବୈଶାଖୀ ଦେଖିବାକୁ ମିଳିଛି । ସେହିପରି 22 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ
ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ । 24 ତାରିଖ
ବେଳକୁ ଏହା ଘନିଭୁତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଳଘୁଚାପ ସୃଷ୍ଟି ହେବା
ପରେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହେବ ।