କେନ୍ଦୁଝରରେ
ପ୍ରାର୍ଥୀଙ୍କ ପାଇ୍ଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ । କେନ୍ଦୁଝର ମେଡ଼ିକାଲ କଲେଜଠାରୁ ଆରମ୍ଭ କରି
ଇଞ୍ଜିନିୟଙ୍ଗ କଲେଜ, ବ୍ୟାରେଜ , ମା ତାରିଣଙ୍କ ମନ୍ଦିର ଉନ୍ନତିକରଣ ସବୁ ମୁଖ୍ୟମନ୍ତ୍ରୀ
ନବୀନପଟ୍ଟନାୟକ କରିଛନ୍ତି । ଅନ୍ୟଜିଲ୍ଲାରେ ଆଦିବାସୀଙ୍କ ପରି ଏ ଜିଲ୍ଲାର ଆଦିବାସୀ ଭାଇଭଉଣୀ
ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ବହୁତ ଭଲ ସ୍ଥାନରେ ଅଛନ୍ତି । ସେମାନଙ୍କ ବିକାଶ ତଥା ସେମାନଙ୍କ ପରମ୍ପରା ,
ସଂସ୍କୃତି ଓ ଶିକ୍ଷାର ବିକାଶ ପାଇଁ ନବୀନ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ।
ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ଆବାସିକ ବିଦ୍ୟାଳୟ ସହ ହଷ୍ଟେଲ ସୁବିଧା ମଧ୍ୟ କରିଛନ୍ତି ।
ଯାହା ଆମ ଦେଶର କୌଣସି ରାଜ୍ୟରେ ସେଠିକାର ସରକାର
କରିନାହାଁନ୍ତି । ଆଦିବାସୀ ଙ୍କ କଳା, ସଂସ୍କୃତିର ସୁରକ୍ଷା ପାଇଁ ନୀବନ ସରକାର ଏସଡ଼ିସି ଗଠନ
କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ବିଭିନ୍ନ ସମୟରେ ଆଦିବାସୀଙ୍କ ଉପରେ ଲାଗିଥିବା 50 ହଜାରରୁ
ଅଧିକ ପୋଲିସ କେସ ରଦ୍ଦ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏଥର ମ୍ୟ ତାଙ୍କୁ ଆଶୀର୍ବାଦ କରି
ପୁଣି ମୁଖ୍ୟମନ୍ତ୍ରୀ କରିବାକୁ କେନ୍ଦୁଝରବାସୀଙ୍କୁ ଅପିଲ କରିଛନ୍ତି ପାଣ୍ଡିଆନ ।