ବିଜେପିରେ ମିଶିଲେ
ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ବିଜେଡ଼ି ଛାଡ଼ିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ
ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଦେଇଥଲେ ଇସ୍ତଫା ପତ୍ର । ପାଥିମିକ ସଦସ୍ୟ ପଦରୁ ଦେଇଥିଲେ
ଇସ୍ତଫା । ଟିକେଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ । ଦଳ ଛାଡ଼ିବାର କାରଣ ସହ ସୋସିଆଲ ମିଡ଼ିଆରେ
ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇଥିଲେ ସମୀର ଦାଶ । ମସୀର କହୀଥିଲେ 2006 ରୁ ସେ ନିଷ୍ଠାର
ସହ ଦଳ ପାଇଁ କାମ କରିଆସୁଛନ୍ତି । ତଥାପି ଦଳ ତାଙ୍କ ଉପରେ ଭରସା କଲାନି । ତାଙ୍କ ଉପରୁ ଦଳ
ଆସ୍ଥା ହରେଇଥିବାରୁ ଆଉ ଦଳରେ ରହିବାକୁ ସେ ସମୀଚୀନ ମନେ କରୁନାହାଁନ୍ତି ବରଂ ଦଳ ଛାଡ଼ିବାକୁ ଉଚିତ
ମନେ କରିଛନ୍ତି । ଏହାସହ ସେ ନିଜେ ମଧ ନିମାପଡ଼ , ଗୋପ ବିଜେଡ଼ିରୁ ଆସ୍ଥା ହରାଇବା ପରେ ବିଜେଡ଼ିରୁ
ଇସ୍ତଫା ଦେଇଥିବା କହିଛନ୍ତି ।