ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ
ଇସ୍ତଫା ଦେଇଥିବା ନେଇ ଭିଡ଼ିଓ ଜାରି ସୂଚନା ଦେଇଛନ୍ତି । ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ
ଇସ୍ତଫା ପତ୍ର ପଠାଇଛନ୍ତି ।
ସୂଚନାଥାଉକି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ସମୀର ଦାଶ । କିନ୍ତୁ ଚଳିତ ନିର୍ବାଚନରେ ସମୀର ଟିକେଟ
ପାଇ ନଥିଲେ । ସେଥିପାଇଁ ସେ ଅସନ୍ତୁଷ୍ଟ ଥିଲେ ।ତେବେ ଶେଷରେ ଆଜି ଦଳ ଛାଡ଼ିବା ନେଇ ଭିଡ଼ିଓ ବାର୍ତାରେ
ସୁଚନା ଦେଇଛନ୍ତି । ପୂର୍ବରୁ ତାଙ୍କର ଏକାଧିକ
ସମର୍ଥକ ବିଜେଡ଼ି ଛାଡ଼ିଥଲେ ।