ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ
କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ତେବେ ବିଭିନ୍ନ ମଡ଼େଲର ଆକଳନ ଅନୁସାରେ ଆସନ୍ତା
20ରୁ 21 ତାରିଖ ମଧ୍ୟରେ ଘୂଣ୍ଣିବଳୟ ସୃଷ୍ଟି ହେବାର ଅଛି । 22ରୁ 23 ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି
। ଏବଂ 24ରୁ 25 ତରିଖ ମଧ୍ୟରେ ଅବପାତ ଏବଂ ପରବର୍ତି ସମୟରେ ଅଧିକ ଘନିଭୂତ ହେବା ନେଇ ଆକଳନ
କରାଯାଇଛି । ଭୂବନେଶ୍ବର ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା 22 ତାରିଖରରେ ଦକ୍ଷିଣ ପଶ୍ଚିମ
ବଙ୍ଗେପାସାଗରେର ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁନ୍ଦ୍ର ଭିତରେ ଧିରେ
ଧିରେ ଦକ୍ଷିଣ ପୂର୍ବ ଦିଗକୁ ନେଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ ।