ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ
କରିଛନ୍ତି । 2ୟ ପର୍ଯ୍ୟାୟରେ ମୋଟ 79 ଲକ୍ଷ 69 ହଜାର 887 ଭୋଟର ମତଦାନ କରିବାକୁ ଯାଉଛନ୍ତି
। ସେଥିମଧ୍ୟରୁ 18ରୁ 19 ବର୍ଷର ପ୍ରଥମ ଭୋଟର 2.67%, 20 ରୁ 29 ବର୍ଷ 21.31% ହଜାରରେ
ପୁରଷରେ 975 ମହିଳା ଅଛନ୍ତି । ସବୁଠୁ ଅଧିକ ସୁନ୍ଦରଗଡ଼ରେ ଭୋଟ ଗ୍ରହଣ ପାଇଁ 9162 ବୁଥ
କରାଯାଇଛି । 1541 ମଡ଼ଣ୍ଣ ବୁଥ କରାଯାଇଛି । ପ୍ରତି ବୁଥରେ ହାରାହାରି ଭୋଟର 870 ରହିଛନ୍ତି ।
1041 ମହିଳା ପୋଲିଂ କର୍ମଚାରୀଙ୍କୁ ନୁଯୁକ୍ତି ଦିଆଯାଇଛି । 20 ପ୍ରତିଶତ ମତଦାନ କେନ୍ଦ୍ର
ସମ୍ବେଦନଶୀଳ ବୋଲି ସିଇଓ ସୂଚନା ଦେଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ 102 କମ୍ପାନୀ
ସିଏପିଏଫ ମୁତୟନ ହେବେ । 22 କମ୍ପାନୀ କନ୍ଧମାଳରେ
, 20 କମ୍ପାନୀ ଗଂଜାମ , ସୁନ୍ଦରଗଡ଼ 16 ଓ ବଲାଙ୍ଗିରରେ 14 କମ୍ପାନୀ ନିଯୁକ୍ତି ହେବେ ।