ଆଗାମୀ ଦୁଇ ସପ୍ତାହ
ଯାଏଁ ତାତିରୁ ନିସ୍ତାର ନାହିଁ । ଗୋଟିଏ ଦୁଇଟି ସ୍ଥାନରେ 45 ଡ଼ିଗ୍ରୀ ଡ଼େଇଁଯିବାର ସମ୍ଭାବନା
ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
ପକ୍ଷରୁ ଆକଳନ କରାଯାଇଛି । ଆହୁରି ଆକଳନ କରାଯାଇଛି ଯେ ଆସନ୍ତାକାଲି ବାଲେଶ୍ବର , ଭଦ୍ରକ,
ଯାଯପୁର, କେନ୍ଦ୍ରାପଡ଼ା,କଟକ ,ଜଗତସିଂହପୁର, ପୁରୀ , ଖୋଦ୍ଧା ,ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳୁ ଅନୁଭୂତ ହେବ ।
20 ତାରିଖରେ ନୂଆପଡ଼ା, ବଲାଙ୍ଗୀର , ସୋନପୁର, ବୈଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,
ଓ କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାକୂ ଥିବା ୟେଲୋ ଓ୍ବାଣ୍ଣି ଜାରି ହୋଇଛି ।
ପରବର୍ତୀ ତିନି ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସହ କେତେକ ସ୍ଥନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ
। ଗତକାଲି ଚାନ୍ଦବାଲିଠାରେ ଆଜି ରାଜ୍ୟରେ ସର୍ବୋଚ୍ଛ ତାପମାତ୍ରା 40.1 ଡ଼ିଗ୍ରୀ ରହିଥିବା ବେଳେ
ନୂଆପଡ଼ାରେ 40.ଭୁବନେଶ୍ବର ଓ ବୈଦ୍ଧରେ 39.2 , ତାଳଚେର
ଓ ଭଦ୍ରକରେ 39 ଡ଼ିଗ୍ରୀ ରେକର୍ଟ କରାଯାଇଛି । ବାୟୁମଣ୍ଡଳ ମଧ୍ୟ ଉପରି ଭାଗରେ ଶୁଷ୍କ
ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି ତଥା ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା
ଥିବାରୁ ମେ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ । ଆକଳନ ଅନୁଯାୟୀ ମେ 26 ରୁ
30 ମଧ୍ୟରେ ରାଜ୍ୟରେ ତାପମାତ୍ରା ବହୁ ପରିମାଣରେ ବୃଦ୍ଧି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ
ଗ୍ରୀଷ୍ମ ପ୍ରବାହ ହେବ । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ତାପମାତ୍ରା 40 ରୁ 45 ଡ଼ିଗ୍ରୀ
ମଧ୍ୟରେ ରହିବ ।