ଭାଜପାରୁ ବିଦା ହେଲେ ବରିଷ୍ଠ ନେତା
ବିଜୟ ମହାପାତ୍ର । ସେହିଭଳି ମାହାଙ୍ଗାର ଶାରଦା ପ୍ରସାଦ ଏବଂ ସୋରର ରାକେଶ ମଲ୍ଲିକ ମଧ୍ୟ
ଭାଜପାରୁ ବହିଷ୍କୃତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଏବଂ ଅନୁଶାସନ ଭଙ୍ଗ ଅଭିଯୋଗରେ ଦଳ
ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର ।
ସେ କହିଛନ୍ତି, ମୁଁ ୫/୭ ବର୍ଷ
ହେଲା ଦଳରେ ନଥିଲି । ଏକଥା ସମସ୍ତେ ଜାଣନ୍ତି, ରାଜ୍ୟ ବିଜେପି ସଭାପତି ବି ଜାଣନ୍ତି । ଦଳରେ ଯିଏ ନଥିଲା ବହିଷ୍କୃତ
କଣ ହେବ? ନିଜକୁ ନିଜେ
ଲୋକହସା କରୁଛନ୍ତି । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡ଼ି ଟିକଟରେ ପାଟକୁରା ବିଧାନସଭା ଆସନରୁ
ପ୍ରାର୍ଥିୀ ହୋଇଛନ୍ତି । ଅନ୍ୟପକ୍ଷରେ ମାହାଙ୍ଗାର
ସାରଦା ଓ ସୋରର ରାକେଶଙ୍କୁ ଭାଜପାରୁ ଟିକେଟ ନମିଳିବାରୁ ଉଭୟ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।