ମେ ଶେଷ ସପ୍ତାହରେ ପ୍ରକାଶ ପାଇବ
ମାଟ୍ରିକ ପରୀକ୍ଷାଫଳ । ମାଟ୍ରିକ ସହ ମାଧମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ
ପାଇବ ବୋଲି ଜଣାପଡ଼ିଛି । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ପ୍ରସ୍ତୁତି
ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ସୁଚନା ଯୋଗ୍ୟ ମାଟ୍ରିକ, ମଧ୍ୟମା ମୁକ୍ତବିଶ୍ବବିଦ୍ୟାଳୟ
ପରୀକ୍ଷା ଚଳିତବର୍ଷ ଫେବୃଆରୀ 20ତାରିଖ ରୁ
ଆାରମ୍ଭ ହୋଇ4 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମାଟ୍ରିକରେ 5 ଲକ୍ଷ 51 ହଜାର 611
ଛାତ୍ରଛାତ୍ରୀ , ମଧମାରେ 3037 ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ 7831 ଜଣ
ଫର୍ମପୂରଣ କରିଥିଲେ । ସମସ୍ତ ପରୀକ୍ଷା 3037 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ।
ଖାତା ମୂଲ୍ୟାଙ୍କନ ମାଚ୍ଚ 15 ତାରିଖରୁ ଆରମ୍ଭ ହୋଇ ମାଚ୍ଚ 30 ତାରିଖ ପ୍ରର୍ଯ୍ୟନ୍ତ ଚାଲିବ ।