ଗଞ୍ଜାମ
ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା
କରିଛନ୍ତି । ସୋସିଆଲ ମିଡ଼ିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଖଲ୍ଲିକୋଟ ଅଞ୍ଚଳରେ
ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ । ମୁଁ ଏନେଇ ଭଗୀର ବିବ୍ରତ ଓ ଦୁଃଖିତ ।
ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ । ମୁଁ ଏହି
ଘଟଣାକୁ ଦୃଢ ନିନ୍ଦା କରୁଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପିଡ଼ିତ ପରିବାରକୁ ମୋର ଗଭୀର
ସମବେଦନା । ଆହତମାନଙ୍କୁ ଶୀଘ୍ର ସୁସ୍ଥତା ପାଇଁ
ପ୍ରାର୍ଥନା କରୁଛି । ମୁଁ ନିଶ୍ଚିତ ଯେ ଏହି
ଜଘନ୍ୟ ଅପରାଧୀଙ୍କ ବିରୋଧରେ ପୋଲିସ ଦୃଢ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ
। ସୁଚନାଯୋଗ୍ୟ
ଖଲ୍ଲିକୋଟରେ ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ
7 ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।