ରାଜ୍ୟରେ ଆହୁରି ଦୁଇ ଦିନ ରହିବ କାଳବୈଶାଖୀ ପ୍ରଭାବ । ଫଳରେ ଆାଜି
କେତେକ ଜିଲ୍ଲାରେ ବର୍ଷା ପୂର୍ବାନୁମାନ କରିଛି
ପାଣିପାଗ ବିଭାଗ । ରାୟଗଡ଼ା, ସୋନପୁର, ବୌଦ୍ଧ ଓ ଦେବଗଡ଼କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଳ୍ଲାକୁ
ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଆଲର୍ଟ ଜାରି କରାଯାଇଥିବା ଜିଲାଗୁଡ଼କରେ ବିଜୁଳି ଘଡ଼ଘଡ଼ି
ସହ ଘଣ୍ଟା ପ୍ରତି 30 ରୁ 40 କିମି ବେଗରେ ପବନ ରହିବା ସମ୍ଭାବନା ରହିଛି । ସେପଟେ ବଙ୍ଗୋପ ସାଗରରେ
ଦାନା ବାନ୍ଧୁଛି ବଡ଼ ଲଘୁଚାପ । ମେ 17ରୁ 23 ତାରିଖ ମଧରେ ଗୋଟିଏ ସାଇକ୍ଳୋଜେନେଶିସ ବା ଗଭୀର
ଆବପାତ ହବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରୁଛି । ତେବେ ପାଣିପାଗ ବିଶେଷକ
କହିଛନ୍ତି ମେ , 21 ତାରିଖରେ ଘୂଣ୍ଣିବଳୟ ସୃଷ୍ଟି
ହେବ । 22 ରେ ଲଘୁଚାପ ଓ ପରେ ଗଭୀର ଅବପାତରେ ପରିଣତ ହେବ । ସ୍ବାଭାବିକ ସମୟର ପ୍ରାୟ
3 ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଆଣ୍ଡମାନକୁ ଆସିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଆଣ୍ଡମାନକୁ ପୂର୍ବଦିଗରୁ ଆସୁଥିବା ବାୟୁ ଦିଗରୁ ଆସୁଥିବା ବାୟୁ ଦୁର୍ବଳ ହେଉଛି ।
ପଶ୍ଚିମା ବାୟୁ ପ୍ରବାହ ବଢୁଛି । ଯାହା ମୌସୁମୀ ଆଗମନରେ
ସହାୟକ ହେବ ।