ଯେଉଁ
ସମ୍ବାଧାନ ଦେଶର ଅଗଣିତ ଚାଷୀ , ଗରିବ,ଖଟିଖିଆ ମଜଦୂର, ମହିଳା, ଯୁବକ, ଯୁବତୀଙ୍କ ବଞ୍ଚିବାର ଅଧିକାର
ଦେଇଛି । ସେଇ ସମ୍ବିଧାନ ଭାଜପା ଫାଡ଼ି ଦେବ ବୋଲି ଘୋଷଣା କରିଛି । ଭାରତର ଜନସାଧାରଣ ଓ କଂଗ୍ରେସ
ଥିବା ଯାଏ କେହିବି ଭାରତୀୟ ସମ୍ବିଧାନକୁ ନଷ୍ଟ କରିପାରିବେ ନାହିଁ ବୋଲି ଲେକାପ୍ରିୟ କଂଗ୍ରେସ ନେତା ରାହୁଲ
ଗାନ୍ଧି ବୁଧବାର ବଲାଙ୍ଗୀର ଗସ୍ତରେ ଆସି ଚେତାବନୀ
ଶୁଣାଇଛନ୍ତି । ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ
ରାହୁଲ ଗାନ୍ଧୀ କହିଥିଲେ , କଂଗ୍ରେସ ସରକାର କଲେ ପ୍ରତ୍ୟେକ ଗରିବ ପରିବାରର ମହିଳାଙ୍କୁ ଓ
ବେକାରୀ ଗ୍ରାଜୁଏଟଙ୍କୁ ମାସିକ 8500 ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସଭାରେ
ବଲାଙ୍ଗୀର ଲୋକ ସଭ ପ୍ରାର୍ଥୀ , ସମସ୍ତ 7 ଟି ବିଧାନସଭା ପ୍ରାର୍ଥୀ , ପିସିସି ସଭାପତି ଶରତ
ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ବିଧାୟକ ନରସିଂହ ମିଶ୍ର, ଭକ୍ତ ଦାସ, ତାରା ପ୍ରସାଦ
ବାହିନୀପତି,
ସପ୍ତଗିରି
ଉଲାକା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏହି ସଭ୍ୟ ପୂର୍ବରୁ ବଲାଙ୍ଗୀର
ମନୋହରପୁର ହେଲିପ୍ୟାଡ୍ରୁ ମୋଟରସାଇକେଲରେ କୋଶଳ କଳାମଣ୍ଡପ ପର୍ଯ୍ୟନ୍ତ ବିଶାଳ ରୋଡ୍ ଶୋ’
କରିଥିଲେ। ସଭାରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ।