ଆସ୍କାରୁ
ନବୀନ ସରକାର ଉପରେ ବର୍ଷିଲେ ଅମିତ ଶାହା । ସିଧା ସିଧା ରାଜ୍ୟ ସରକାରଙ୍କୁ କଲେ ନିଶାନା ।
ବୁଧବାର ଆସ୍କାରେ ବିଜେପି ଅମିତ ଶାହା ନିର୍ବାଚନୀ ସଭା କରିବା ସହ ପଦ୍ମ ଫୁଲରେ ଭୋଟ ଦେବାକୁ
ଅପିଲ କରିଛନ୍ତି ।ଶାହା କହିଛନ୍ତି ପରିକ୍ରମା ପ୍ରକଳ୍ପ ନାଁରେ ଏଠାକାର ସରକାର ମଠ ମନ୍ଦିର ଭାଙ୍ଗିଲେ
। ଏପର୍ଯ୍ୟନ୍ତ ସେମାନେ ମହାପ୍ରଭୁଙ୍କ ଚାରିଦ୍ବାର ଖୋଲୁନାହିଁନ୍ତି । ଯାହାଫଳରେ ଭକ୍ତମାନେ ନାହିଁନଥିବା ଅସୁବିଧା
ଭୋଗୁଛନ୍ତି । ହେଲେ ଅମ ମୁଖ୍ୟମନ୍ତ୍ରୀ ଶପଥ ନେବା ଦିନ ହିଁ ମହାପ୍ରଭୁଙ୍କ ଚାରିଦ୍ବାର ଖୋଲିଦେବୁ ବୋଲି ଶାହା
କହିଛନ୍ତି । ଶାହା କହିଛନ୍ତି ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ହୋଉଛି ।ରତ୍ନ ଭଣ୍ଡାର
ସୁରକ୍ଷିତ ରହିବା ଉଚିତ କି ନୁହେଁ ବୋଲି ପ୍ରଶ୍ନ କରିବା ସହିତ ରତ୍ନ ଭଣ୍ଡାରର ଅସଲ ଚାବି
କେଉଁଠି । ନକଲି ଚାବି କିଏ ବନାଇଲା ଏବଂ ନକଲି ଚାବିରେ ରତ୍ନ ଭଣ୍ଡାର ଖୋଲାହେଇଛି କି ବୋଲି
ପ୍ରଶ୍ନ କରିଛନ୍ତି ଶାହା । ଅନ୍ୟପଟେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ କଣ ହେଲା । ନବୀନ ବାବୁଙ୍କ ସରକାର କାହାକୁ ବଞ୍ଚେଇବାକୁ ଚାହୁଁଛି ବୋଲି
କହିଛନ୍ତି ଶାହା । ମହାପ୍ରଭୁଙ୍କ ରତ୍ନଭଣ୍ଡାର କେବଳ ଓଡ଼ିଶାର ନୁହେଁ ବରଂ ସାରା ବିଶ୍ବରେ
ରହୁଥିବା ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଶ୍ରଦ୍ଧାର କେନ୍ଦ୍ର । ତେଣୁ ବିଜେପି ଓଡ଼ିଶାର ସରକାର
ଗଠନର 6 ମାସ ଭିତରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଯାଞ୍ଚ ରିପୋର୍ଟ ବିଜେପି ସରକାର ଖୁଲାସା
କରିବ ବୋଲି କହିଛନ୍ତି ଶାହା ।