ବ୍ରହ୍ମପୁରର
ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଲେ ସ୍ବାଧୀନ
ପ୍ରାର୍ଥୀ ଶିବଶଙ୍କର ଦାସ । ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ ବେଳେ ଗତକାଲି
ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଦାସ । ପ୍ରଦୀପଙ୍କ ବେକ ଓ ଛାତିରେ
ଆାଘାତ ଲାଗିଥିବା ଅଭିଯୋଗ ହୋଇଥିଲା ।
ପଥମେ ଏମକେସିଜି
ହସ୍ପିଟାଲରେ ତାଙ୍କର ଚିକିସା କରାଯିବା ପରେ ତାଙ୍କ ଏମ୍ସ ସ୍ଥାନାନ୍ତରିତ କରାଯାଇଛି । ଗୋଷାଣୀ ନୂଆଗାଁର ସରକାରୀ ଉକଳ ମଣି ହାଇସ୍କୁଲ ସ୍ଥିତ 133 ଓ 134
ନମ୍ବର ବୁଥରେ ପୋଲିସ ସହ ପ୍ରଦୀପ କଥା ହେଉଥିଲେ
। ଏହି ସମୟରେ କୌଣସି ଏକ ଘଟଣାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ କଥା
କଟିକଟିରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳ
ସାମ୍ନାକୁ ଆସିଥିଲା ଆକ୍ରମଣ ବେଳର ସିସିଟିଭି ଭିଚୁଆାଲ ।