24 ସିଂହାସନ ପାଇଁ ଓଡ଼ିଶାରେ ପଡ଼ିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଇଭିଏମରେ
ସିଲ୍ ହୋଇଛି 271 ପ୍ରାର୍ଥୀଙ୍କ ଭାଗ୍ୟ । ଛୋଟ ମୋଟ ଗଣ୍ଡଗୋଳକୁ ଛାଡ଼ିଲେ ଶାନ୍ତିପୂଣ୍ଣ
ଭାବେ 4 ଲୋକସଭା ଏବଂ ଏହା ଅଧିନରେ ଆସିୁଥିବା 28 ବିଧାନସଭା ଆାସନ ପାଇଁ ନିର୍ବାଚନ ଶେଷ
ହୋଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ଏଥର ପ୍ରାୟ 74 ପ୍ରତିଶତ ମତଦାନ ସାବ୍ୟସ୍ତ
ହୋଇଛି । କିନ୍ତୁ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏ ଭୋଟ ଗ୍ରହଣ ହୋଇଥିବାରୁ ଚୁଡ଼ାନ୍ତ
ମତଦାନ ହାର ସାମାନ୍ୟ ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଲୋକସଭା ଆସନ ପାଇଁ ନବରଙ୍ଗପୁରରେ ସର୍ବାଧିକ 80.22% ମତଦାନ ହୋଇଥିବା
ବେଳେ ବ୍ରହ୍ମପୁରରେ ସବୁଠୁ କମ 64.34 ପ୍ରତିଶତ ଭୋଟ ପଡ଼ିଛି । କୋଟିଆରେ ରେକର୍ଡ଼ 76 ପ୍ରତିଶତ
ମତଦାନ ହୋଇଛି । କୋଟିଆରେ ଅନେକ ଲୋକ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଭୋଟ ଦେଇଥିବା ଦେଖିବାକୁ
ମିଳିଛି । କଳାହାଣ୍ଡି ଲୋକସଭା କ୍ଷେତ୍ରରେ 75.71 ପ୍ରତିଶତ ଭୋଟିଂ ହାଇଥିବା ବେଳେ କୋରାପୁଟ
ସଂସଦୀୟ କ୍ଷେତ୍ରରେ 76.98.43 ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଛନ୍ତି ।