ପାଟଣା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ (୭୨)ଙ୍କର ପରଲୋକ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିଲେ। କିଛି ଦିନ ଧରି ସେ ରାଜନୀତିରୁ ଦୂରେଇ ରହିଥିଲେ । ଏନେଇ ସେ ସୂଚନା ମଧ୍ୟ ଦେଇଥିଲେ । ୩ ଏପ୍ରିଲ୍ ୨୦୨୪ରେ ଶ୍ରୀ ମୋଦୀ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ସାର୍ବଜନୀନ କରିଥିଲେ। ଗତ ୬ ମାସ ଧରି କର୍କଟ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ଦେଇଥିଲେ। ଗତ କିଛି ମାସ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସୁଶୀଲଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସରୁ ପାଟନାର ରାଜେନ୍ଦ୍ରନଗର ବାସଭବନକୁ ଅଣାଯିବ ଓ ଅପରାହ୍ଣରେ ଶେଷକୃତ୍ୟ ସମ୍ପନ୍ନ ହେବ।