ଓଡ଼ିଶାର
ପ୍ରଥମ ପର୍ଯ୍ୟାୟ ଭୋଟ ସୋମବାର ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ରାଜ୍ୟ କଳାହାଣ୍ଡି ,
କୋରାପୁଟ , ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର
ଏବଂ ଏହା ଅନ୍ତର୍ଗତ 28 ବିଧାନସଭା କ୍ଷେତ୍ରରେ ମତଦାନ ହେଉଛି । ଗଣତନ୍ତ୍ରର ଏହି ମହାପର୍ବରେ
ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କିରିଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସ ରେ କହିଛନ୍ତି ଆାପଣମାନଙ୍କ ପ୍ରତିଟି ଭୋଟ ଗଣତନ୍ତ୍ରର ଭିତ୍ତିକୁ ମଜବୁତ କରିବ । ବିକାଶର
ଧାରାକୁ ଆଗେଇ ନେବ । ସାଧାରଣ ନିର୍ବାଚନ 2024 ରେ ବହୁସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର
ମହାପର୍ବରେ ସାମିଲ ହୁଅନ୍ତୁ ।