ମାସ ଶେଷରେ ଘୂର୍ଣିବଳୟ ଆସନ୍ତା
21 ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂଣ୍ଣିବଳୟ
ସୃଷ୍ଟି ହେବାକୁ ଯାଉଛି । ପ୍ରଭାବରେ 23 ମେ ବେଳକୁ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁବା ନେଇ
ଆାକଳନ କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଘୁଣ୍ଣିବଳୟ ପ୍ରଭାବରେ
ଥାଇଲାଣ୍ଡ ମିଆଁମାର, ବଂଲାଦେଶ ସମେତ ଉତ୍ତର ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବିଭିନ୍ନ ବର୍ଷା ହେବାର
ସମ୍ଭାବନା ରହିଛି ।
ତେବେ ଓଡ଼ିଶାର ଏହି ଘୂଣ୍ଣିବଳୟ
ପ୍ରଭାବରେ ବର୍ଷା ହେବ କି ନାହିଁ ଏହା 19 ତାରିଖ ପରେ ଜଣାପଡ଼ିବ ବୋଲି ପାଣିପାଗ ବିଶେଷଞ୍ଜ
ଆକଳନ କରିଛନ୍ତି । ସେପଟେ କାଳବେୌଶାଖି ପ୍ରଭାବରେ ତାତିରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ 16 ତାରିଖ
ପରେ ପୁଣିଥରେ ପାରଦ 40 ଡ଼ିଗ୍ରୀ ଉପରକୁ ଡ଼େଇଁପାରେ । ଗତ 24 ଘଂଟା ମଧ୍ୟରେ ବାଙ୍କୀରେ ସର୍ବାଧିକ
108 ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିବା ବେଳେ କଟକରେ 89,2 ମିଲିମିଟର, ଭୁବନେଶ୍ବର 76
ମିଲିମିଟର, ଜଗତସିଂହପୁରରେ 74,1 ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।