ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ
ନିର୍ବାଚନ, ମତାଧିକାର ସାବ୍ୟସ୍ତ କରି ଆଗାମୀ 5 ବର୍ଷ ପାଇଁ ନୂଆା ପ୍ରତିନିଧ ବାଛିବେ ଭୋଟର ।
ସକାଳ 7 ଟାରୁ ଭୋଟ ଗ୍ରହଣ ପକ୍ରିୟା ଆାରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା 6 ଟା ଯାଏ ମତଦାନ
ଚାଲିବ । ନୂଆାକରି ଭୋଟ ଦେବାକୁ ଥିବା ଯୁବପିଢି ମାନଙ୍କ ବେଶ ଆଗ୍ରହ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ
ରାଜ୍ୟରେ 4 ଟି ଲୋକସଭା ଏବଂ 28 ଟି ବିଧାନସଭା ଆାସନ ପାଇଁ ଭୋଟ ଗ୍ରହଣ କରାଯିବ ।
କୋରାପୁଟ, କଳାହାଣ୍ଡି ,
ନବରଙ୍ଗପୁର, ବ୍ରହ୍ମପୁର, ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ବିଧାନସଭା ଆସନ ଗୁଡ଼ିକର 62 ଲକ୍ଷ
87 ହଜାର 222 ଜଣ ଭୋଟର ନିଜ ମନ ପସନ୍ଦର ନେତା ବାଛିବେ
। ପ୍ରଥମ ପର୍ଯ୍ୟାୟରେ ପ୍ରଦୀପ ପାଣିଗ୍ରାହୀ ,ଭୃଗୃ ବକ୍ସପାତ୍ର, ପ୍ରଦୀପ ମାଝୀ,
ତାରାପ୍ରସାଦ ବାହିନୀପତି , ଭକ୍ତ ଦାସ , ଶରତ ପଟ୍ଟନାୟକ , ବିଜୟ ପଟ୍ଟନାୟକ , ସପକ୍ତଗିରି
ଉଲାକା, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ସିଦ୍ଧାନ୍ତ ମହାପାତ୍ର, କ୍ୟାପଟେନ ଦିବ୍ୟ ଶଙ୍କର
ମିଶ୍ରଙ୍କ ଭଳି ହେଭିଓ୍ବେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଏହି ସମସ୍ତ ଆସନର ମୋଟ 271 ଜଣ ମୈଇଦାନକୁ
ଓହ୍ଲାଇଥିବା ବେଳେ ଜୁନ 4ର ଫଳାଫଳ କହିବ କିଏ ମାରିବ ବାଜି ।