Thursday, May 8, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ରାଜ୍ୟ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

param by param
May 13, 2024, 01:04 am GMT+0530
FacebookTwitterWhatsAppTelegram

“ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର‌୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗ ଉପରେ ଭାରତୀୟ ଜନତା ପାର୍ଟି ସ୍ୱର ଉଠାଇବା ପରେ ବିଜେଡି ଛାନିଆ ହୋଇଯାଇଛି । ଓଡ଼ିଶାର ଲୋକଙ୍କୁ ଉତର ଦେବା ପରିବର୍ତେ ଟଙ୍କା ବାଂଟିବା ଆରମ୍ଭ କରିଛି । ଓଡିଆ ଅସ୍ମିତା ବିପଦରେ ଅଛି । ଜଣେ ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିଛନ୍ତି । ଏ କଥାକୁ ସମଗ୍ର ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି । ଲୋକଙ୍କ ମନକୁ ପରିବର୍ତନ କରି ବିଜେଡିକୁ ଜୋଡେ ଶଙ୍ଖରେ ଭୋଟ ଦେବା ପାଇଁ ବିଜେଡି ନେତା ଓ କର୍ମୀମାନେ ସ୍ୱାଭିମାନୀ ଓଡ଼ିଆ ଭୋଟରଙ୍କୁ ଦୀର୍ଘ ୨୫ବର୍ଷ ହେଲା ଗଚ୍ଛିତ ରଖିଥିବା କଳା ଟଙ୍କା ବାଂଟି ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛି । ପୂର୍ବ ନିର୍ବାଚନ ଗୁଡିକରେ ଏହା କରିଆସୁଥିବାବେଳେ ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବଂଟା କାର୍ଯ୍ୟ ଆପଣାଇଛି ବିଜେଡି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ବିଜେଡି ନିର୍ବାଚନ ପ୍ରଚାରର ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର କଲା । ଏନେଇ ବିଜେପି ସିଇଓଙ୍କୁ ଆପତି କଲାପରେ ସରକାରୀ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । କିନ୍ତୁ ସେଥିରୁ ବିଜେଡି ସଜାଗ ହେଲା ନାହିଁ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସୋମବାର (୧୩ତାରିଖ)ରେ ହେଉ ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଂଟିବା ଆରମ୍ଭ କରିଦେଇଛି । ଲୋକମାନେ ଜୋଡେ ଶଙ୍ଖରେ ଭୋଟ ଦେବା ପାଇଁ ଶନିବାର ରାୟଗଡା ଜିଲ୍ଲା ପୂର୍ବତନ ବିଜେଡି ସଭାପତି ସୁଧିର କୁମାର ଦାସ ନିଜ ଖୋଲା ସ୍ଥାନରେ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ବାଂଟୁଛନ୍ତି ଯାହାର ଭିଡିଓ ଭାଇରାଲ ହୋଇଛି । ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି । ରାୟଗଡା ଜିଲ୍ଲା ସଭାପତି ସୁଧିର କୁମାର ଦାସ ଟଙ୍କା ବାଂଟିବା ଭିଡିଓକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରିଛୁ । ବିଜେଡି ହାରିବା ଭୟରେ ପ୍ରଥମେ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଥିଲା । ବର୍ତମାନ ଟଙ୍କା ବାଂଟିବା କାର୍ଯ୍ୟରେ ତାଙ୍କ ଲୋକଙ୍କୁ ନିୟୋଜିତ କରିଛି, ଯାହା ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି । ଶ୍ରୀ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ୧୩ ତାରିଖରେ ହେବାକୁ ଥିବା ୪ଟି ଲୋକସଭା ସହ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନରେ କଡା ନଜର ରଖିବେ । ଟଙ୍କା ବଂଟା କାର୍ଯ୍ୟରେ ଯିଏ ନିୟୋଜିତ ରହିବେ ତାଙ୍କୁ ତୁରନ୍ତ ଗିରଫ କରିବା ଦାବି ରାଜ୍ୟ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ସେହିପରି କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରାଟ ସାମ୍ରାଜ୍ୟ ରହିଛି । କିନ୍ତୁ ସେ ଦୈନିକ ଖବର କାଗଜରେ ଜଣେ ଦରିଦ୍ର ଲୋକ, ତାଙ୍କ ପାଖରେ କିଛି ନାହିଁ ବୋଲି କହିବାର ଖବର ପ୍ରକାଶ ପାଇଛି । ଏହି ଖବରକୁ ସେ ଟଙ୍କା ଦେଇ ଛାପିଥିବା ଅଭିଯୋଗ ହେଉଛି । ଶ୍ରୀ ସାମନ୍ତଙ୍କ ଏଭଳି କାର୍ଯ୍ୟ ପାଇଁ ନିର୍ବାଚନ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ଗୀତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Tags: newsodisha
ShareTweetSendShare

RelatedNews

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.