ଅଧରାତିରେ ରାଜଧାନୀରେ କାଳବୌଶାଖୀର ତାଣ୍ଡବ । ପବନ , ବିଜୁଳି , ଘଡ଼ଘଡ଼ି
ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର
ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଥିବା ବେଳେ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଥିବା
ମଧ୍ୟ ଦେଖିବାକୁ ମିଳିଛି । କ୍ଷୟକ୍ଷତି ନେଇ କୌଣସି ତଥ୍ୟ ମିଳିନଥିଲେ ମଧ୍ୟ ରାଜଧାନୀର ବିଭିନ୍ନ
ବସ୍ତିରେ ଘର ଗୁଡ଼ିକ ପ୍ରଭାବିତ ହୋଇଛି । ତଳିଆା ଅଂଚଳରେ ରହିଥିବା ଘର ଗୁଡ଼ିକରେ ପାଣି ପଶିବା ସହିତ
ଆସବାପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି । କେବଳ ରାଜଧାନୀ ଭୁବନେଶ୍ବର ନୁହେଁ
ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କାଳବୌଶାଖୀର ପ୍ରଭାବ ଦେଖିବାକୁ ମିଳିଛି । 24
ଘଂଣ୍ଟା ମଧ୍ୟରେ ରାଜନଗରେ ସର୍ବାଧିକ 101 ମିଲିଟର ବର୍ଷା ହୋଇଥିବା ଆଂଚଳିକ ପାଣିପାଗ ପକ୍ଷରୁ
ସୂଚନା ଦିଆଯାଇଛି ।ଅନ୍ୟପଟେ ରାଜ୍ୟକୁ ଫିରିଛି ତାତି, କାଳବୌଶାଖି ସତ୍ବେ ବି ଶନିବାର ରାଜ୍ୟର 9
ସହରର ତାପମାତ୍ରା 40 ଡ଼ିଗ୍ରୀ ଉପରେ ରେକର୍ଡ଼ କରାଯାଇଛି । 43 ଡ଼ିଗ୍ରୀ ସହ ନୂଆପଡ଼ା ରାଜ୍ୟର
ସବୁଠାରୁ ଉତପ୍ତ ସହର ପାଲଟିଛି । ଆସନ୍ତା 17
ତାରିଖରୁ 23 ପର୍ଯନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ
ବିଭାଗ ଆକଳନ କରିଛି ।