ଆଜି ମାତୃ ଦିବସ । ମାଙ୍କ ପାଇଁ ଦିନଟିଏ । ବିଶ୍ବବ୍ୟାପି ପ୍ରତ୍ୟଟି
ମଣିଷ ଏହି ଦିବସକୁ ବେଶ ସହକାର ସହ ପାଳନ କରୁଛନ୍ତି । କିଏ କେକ୍ କାଟି ମାତୃ ଦିବସ ପାଳୁଛନ୍ତି
ତ ଆଉ କିଏ ସୋସିଆଲ ମିଡ଼ିଆରେ ନିଜ ମାଙ୍କ ଫଟୋକୁ ସ୍ଥାନ ଦେଇ ମାତୃ ଦିବସ ପାଳନ କରୁଛନ୍ତି ।
ଦୁନିଆର ସବୁଠି ସୁନ୍ଦର ଶଦ୍ଦ ହେଉଛି ମା ଏହାର ପରିଭାଷାକୁ ଶଦ୍ଦରେ ବଖାଣିବା ମଧ୍ୟ କଷ୍ଟକର ।
ତ୍ୟାଗ ଓ ତପସ୍ୟାର ପ୍ରତୀକ ମା ନିଜ ପିଲାର ଜନ୍ମଠୁ
ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ ଅଳିଅଝଟ ଶୁଣିବା ସହ ଦାୟିତ୍ବ ମଧ୍ୟ
ତୁଲାଇଥାନ୍ତି । ମା ଶଦ୍ଦ ସ୍ବର୍ଗଠାରୁ ବଡ଼ ହୋଇଥିବା
ବେଳେ ଇଶ୍ବରଙ୍କ ଠାରୁ ମଧ୍ୟ ମହାନ ହୋଇଥାଏ । ସେହି ପ୍ରେରଣାଦାୟୀ ମମତାମୟୀ ମଣିଷଟି ପାଇଁ ଆାଜି
ଦିନଟି ଉସର୍ଗ ହୋଇଥିବା ବେଳେ ସମସ୍ତେ ମାତୃ ଦିବସ ପାଳନ କରୁଛନ୍ତି ।