ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀ
କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମେ 13 ତାରିଖରେ 6 ଟି ସଂସଦୀୟ କ୍ଷେତ୍ର ଓ 28 ଟି
ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଆାଜିଠୁ ଡ଼ିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି
। ମୋଟ 62 ଲକ୍ଷ 87 ହଜାର ଭୋଟର ମତଦାନ କରିବେ । 30 ଲକ୍ଷ 97 ହଜାର ପୁରୁଷ ,31 ଲକ୍ଷ 89 ହଜାର ମହିଳା ,1 ଲକ୍ଷ 75 ହଜାର ଯୁବ ଓ 14
ଲକ୍ଷ 68 ହଜାର 20 ବର୍ଷରୁ 29 ବର୍ଷ ଉଦ୍ଧ୍ବର ଭୋଟର
ଅଛନ୍ତି । 7 ହଜାର 303 କେନ୍ଦ୍ରରେ ଭୋଟର ମତଦାନ କରିବେ । 14 ଟି ଅତିରିକ୍ତ ମତଦାନ କେନ୍ଦ୍ର
କରାଯାଇଛି । କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି
। ରାୟଗଡ଼ାରେ ଆଦିମ ଜନଜାତି ଭୋଟରଙ୍କୁ ଆାକୃଷ୍ଟ କରିବା ପାଇଁ ମତଦାନ କେନ୍ଦ୍ରରେ ହାତପଂଖାରେ ସଚେତନତା
ଲେଖାଯାଇଛି । ଗଂଜାମରେ ଅଲିଭକୁ ମାସ୍କଟ କରାଯାଇଛି । ଭୋଟ ପୂର୍ବରୁ ଘରେ ଭୋଟ ଦେଇଛନ୍ତି 3
ହଜାର 636 ଜଣ ଭୋଟର ।